ଘର ମିଳୁନାହିଁ, ଝାଟି ମାଟି ଘର ସାହା

କେନ୍ଦୁଝର, ୯ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ବିଶେଷ କରି ଗୃହହୀନ ଆଦିବାସୀଙ୍କୁ ମାଗଣାରେ ଘର ଯୋଗାଇଦେଉଥିବା ବେଳେ ସଦର ବ୍ଲକ ଯୋଗୀମଠ ମୁଣ୍ଡା ସାହିରେ ବହୁ ଲୋକ ଘର ପାଇନାହାନ୍ତି। ଫଳରେ ଲୋକ ମାନେ ବର୍ଷା ଓ ଶୀତ ଦିନରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଶୀତ ଦିନରେ ଘୋଡାଇ ହେବା ପାଇଁ କମ୍ବଳ ନାହିଁ । ଝାଟି ମାଟି ଘରେ ଥଣ୍ଡା ପବନରେ ବହୁ କଷ୍ଟରେ ରହୁଛନ୍ତି ା ଛାତରୁ ପାଣି ଗଳୁଥିବାରୁ ଚିରା ପଲିଥିନ ହିଁ ସାହା ଭରସା। ଏଭଳି ଅବସ୍ଥାରେ ରହୁଛନ୍ତି ସାବିତ୍ରୀ ମୁଣ୍ଡା ା ଏହି ଘରେ ଉଭୟ ସ୍ତ୍ରୀସ୍ବାମୀ ଦୁଇ ଜଣ ରହୁଛନ୍ତି। ମୂଲ ମଜୂରୀ ଲାଗି ଦୁଃଖ କଷ୍ଟରେ ଚଳୁଛନ୍ତି। ଘର ମିଳିବ ବୋଲି କହୁଛନ୍ତି କିନ୍ତୁ ମିଳୁନାହିଁ ା ଭଲ ଘରେ ରହୁଥିବା ଲୋକ ଆବାସ ଯୋଜନାରେ ଘର ପାଇଥିବା ବେଳେ ସାବିତ୍ରୀଙ୍କୁ ଖଣ୍ଡେ ଘର ମିଳୁନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ା ଏନେଇ ଦରଖାସ୍ତ କରାଯାଇଥିଲେ ହେଁ ମିଳୁନାହିଁ। ଅର୍ଥାଭାବରୁ ଝାଟିମାଟି ଘର ସଜାଡି ପାରୁନାହାନ୍ତି। ଘର ମିଳିବ ଆଶାରେ ଅନେଇ ରହିଥିବା ସେ କହିଛନ୍ତି ା