ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା ବାଡ଼ି ଭିତରେ ଏକ ସିରିଶା ଗଛଡାଳରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ଗତ ରବିବାର ଗୃହକର୍ତ୍ତା ସତ୍ୟବାନ ନିଜର ପୁରୁଣାଘରକୁ ଭାଙ୍ଗି ସେହି ସ୍ଥାନରେ ବ୍ଲକରୁ ମିଳିଥିବା ବିଜୁ ପକ୍କାଘର ନିିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଥିଲେ। ତେବେ ସୋମବାର ଘର ଶୁଭ ଦେବାକୁ ଥିବାବେଳେ ରବିବାର ରାତିରେ ସେ ଆତ୍ମହତ୍ୟା କରିବା ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।