ବରଗଡ଼ ଅଫିସ/ଝାରବନ୍ଧ, ୧।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ଟୁର୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ନିଜ ଘର ସମ୍ମୁଖରୁ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀକାନ୍ତ କଲେତ(୪୫)।
ଲକ୍ଷ୍ମୀକାନ୍ତ ସନ୍ଧ୍ୟା ପ୍ରାୟ ୮ଟାରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ବିଳମ୍ବିତ ରାତିରେ ଘର ଆଗରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଲକ୍ଷ୍ମୀକାନ୍ତଙ୍କ ବେକରେ ଦାଗ ଦେଖିବାକୁ ମିଳୁଛି। ତେଣୁ ତାଙ୍କୁ ଶ୍ବାସଋଦ୍ଧକରି ହତ୍ୟା କରିବାପରେ କେହି ମୃତଦେହକୁ ସେଠାରେ ପକାଇ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ସନ୍ଦେହରେ ୩ଜଣଙ୍କୁ ଅଟକରଖି ପଚରାଉଚରା କରୁଥିବା ବେଳେ ପଦ୍ମପୁର ଏସ୍ଡିପିଓ ପ୍ରଦୀପ କୁମାର ସାହୁ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।