ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ ଜଣେ ନବବଧୂ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଜଣକ ହେଲେ ସରୋଜିନୀ ପରିଡା। ସରୋଜିନୀଙ୍କୁ ବଞ୍ଚାଇବାକୁ ଆସି ତାଙ୍କ ସ୍ବାମୀ ଅର୍ଦ୍ଧଦଗ୍ଧ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସର୍ଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ତିହିଡି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।