ଘାଈରୁ ମାଟି ଉଠାଉଥିବା ଜେସିବିକୁ ୭୫ ହଜାର ଜରିମାନା

ବୁଗୁଡା,୨୮ା୫(ଡି.ଏନ୍‌.ଏ.)- ବୁଗୁଡା ତହସିଲ ଅନ୍ତର୍ଗତ ପଙ୍କଳବାଡି ଠାରୁ
ଟିକରପଡା ମଧ୍ୟରେ ଥିବା ବଣଘାଈରୁ ଗୁରୁବାର ଅପରାହ୍ନରେ ଜେସିବି ସାହାଯ୍ୟରେ ବେଆଇନ ଭାବେ ମାଟି ଖୋଳି ଚାଲାଣ ଉଦ୍ୟମବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ କର୍ମଚାରୀ ଚଢାଉ କରିଥିଲେ। ମାଟି ଖୋଳା ବନ୍ଦ କରିବା ସହ ବେଆଇନ ଭାବେ ମାଟି ଚାଲାଣ ଅଭିଯୋଗରେ ଜେସିବିକୁ ଜବତ କରାଯାଇଥିଲା। ପରେ ୭୫ ହଜାର ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଥିବା ତହସିଲ ସୂତ୍ରରୁ ପ୍ରକାଶ।

Share