Advertisement

ଘାଟିରୁ ଖସିଲା ବସ୍‌: ୩୦ରୁ ଊର୍ଦ୍ଧ ଆହତ

କୋଟଗଡ,୧୯ ।୮(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ନିକଟ ଡାଡୁମାହା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। କେଟଗଡ଼ ପୋଲିସ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ କୋଟଗଡ଼ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେଠାରେ ପ୍ରାଥମିକ ଚିିତ୍ସା ପରେ କେତେଜଣ ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଘରୋଇ ବସଟି କୋଟଗଡ଼ରୁ ଜୁବାଗୁଡାକୁ ଯାଉଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel