ଘାଟିରୁ ୫୦ଫୁଟ ତଳକୁ ଖସିଲା ଟ୍ରକ୍‌, ଡ୍ରାଇଭରଙ୍କ ସମେତ ୨ଜଣଙ୍କ ଜୀବନ ଗଲା

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକଥ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ିଛି। ଫଳରେ ଟ୍ରକ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଟ୍ରକ୍‌ଟି ଲୁହା ସ୍କ୍ରାପ ବୋଝେଇ କରି ରାୟପୁରରୁ କଲିକତା ଯାଉଥିଲାବେଳେ ଆଜି ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି। ବାଙ୍ଗିରିପୋଷି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଆହତ ବ୍ୟକ୍ତିଙ୍କ ଦୁଇ ହାତ ଭାଙ୍ଗିଯାଇଥିବାବେଳେ ସେ ବର୍ତ୍ତମାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Share