Categories: କନ୍ଧମାଳ

ଘାଟିରେ ଅଟୋ ଓଲଟି ୩ ଗୁରୁତର

ଦାରିଙ୍ଗବାଡି/ବ୍ରାହ୍ମଣୀଗଁ।,୨୩।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗଁ। ଥାନା ପୁଇଗୁଡା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରାହ୍ମଣୀଗଁ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ରାଜେଶ ଦଳେଇ, ଦୀପକ ବଳିଆରସିଂ ଏବଂ ଗୋପିନାଥ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବ୍ରାହ୍ମଣୀଗଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସହ ଅଟୋ ଜବତ କରିଛି। ନଂ.୧୨/୨୦ରେ ମାମଲା ରୁଜୁକରି ଅଧିକା ତଦନ୍ତ କରାଯାଉଥିବା ଥାନା ଅଧିକାରୀ ରଞ୍ଜିତ ମୁନୀ କହିଛନ୍ତି। ପ୍ରକାଶ ଯେ, ଅଟୋ (ନଂ.ଓଡି୦୭ବି-୪୬୩୩)ରେ ଯାତ୍ରୀମାନେ ବ୍ରାହ୍ମଣୀଗଁ। ଠାରୁ ଗଦାପୁର ଅଭିମୁଖେ ଯାଉଥିଲେ। ପ୍ରାୟ ୧ କିମି ଯିବା ପରେ ପୁଇଗୁଡା ଘାଟିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।