Advertisement

ଘାଟିରେ ଓଲଟିଲା ବିଜୁ ଗାଁ ବସ୍‌: ୧୨ ଯାତ୍ରୀ ଆହତ

କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ବସଟି କେନ୍ଦୁଝରରୁ ଯାତ୍ରୀନେଇ କରଦାଙ୍ଗି ଅଭିମୁଖେ ଯାଉଥିଲା। କାଞ୍ଜିପାଣି ଘାଟିରୁ ବସ୍‌ଟି ତଳକୁ ଗଡ଼ୁଥିବା ବେଳେ ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଡ୍ରାଇଭର ବସ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share