ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍‌ କଳାକାର

ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ ଅଭିନେତା ତଥା ଅଭିନେତ୍ରୀମାନେ ହୋମ୍‌ ଆଇସୋଲେଶନରେ ଥିବା ଦେଖିବାକୁ ମିଳିଛି।

ଦିଲୀପ କୁମାର ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ଏବେ ତାଙ୍କୁ ୯୭ ବର୍ଷ ହୋଇଥିବା ବେଳେ ସ୍ବାସ୍ଥ୍ୟଗତ ଦିଗରୁ ସେ କ୍ୱାରାଣ୍ଟାଇନ୍‌ରେ ଥିବା ଟୁଇଟ୍‌ରରେ ସୂଚନା ଦେଇଛନ୍ତି।

ଅର୍ଜୁନ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି କ୍ୱାରାଣ୍ଟାଇନ୍‌ରେ ଥିବା ସୂଚନା ଦେଇଛନ୍ତି। ଅର୍ଜୁନ କହିଛନ୍ତି ଘରେ ମୋର ତୃତୀୟ ଦିନ।

ଭଜନ ସମ୍ରାଟ ଅନୁପ ଜଲୋଟା ମଧ୍ୟ ଏକ ହୋଟେଲରେ ଆଇସୋଲେଶନରେ ରହିଛନ୍ତି। ସେ ଲଣ୍ଡନରୁ ଫେରିଥିଲେ। ତାଙ୍କୁ ୬୦ ବର୍ଷ ହୋଇଥିବା ଯୋଗୁ ସ୍ବାସ୍ଥ୍ୟଗତ ଦିଗକୁ ଦୃଷ୍ଟିରେ ରଖି ଏପରି କରାଯାଇଛି।

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କରୋନା ସଂକ୍ରମଣକୁ ନେଇ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ। ଘରୁ ବାହାରୁ ନ ଥିଲେ ହେଁ ସେ ଖାଇବା ପିଇବା ଏବଂ ଫିଟ୍‌ନେସର ପୂରା ଧ୍ୟାନ ରଖୁଛନ୍ତି। ସେହିଭଳି କ୍ୟାଟ୍ରିନା ମଧ୍ୟ ଘରେ ରହି ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖୁଛନ୍ତି।

Share