ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ କରୁଛନ୍ତି। ଆଉ ଏହାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଏହି ଫିଲ୍ମ ବିଷୟରେ ରାଧିକା କହନ୍ତି, ‘ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବା ପରେ ମୋତେ ଯେଉଁ ଖୁସି ମିଳୁଛି ତାହା ବର୍ଣ୍ଣନାତୀତ। ଯାହା ହେଲେ ବି ବଲିଉଡ୍‌ ଫିଲ୍ମ ମେକିଂ ଏବଂ ହଲିଉଡ୍‌ ଫିଲ୍ମ ମେକିଂ ଭିତରେ ନିଶ୍ଚୟ ଫରକ ରହିଛି। ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ମୋତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ଏକ ଚ୍ୟାଲେଞ୍ଜ। ଏଥିରେ ମୁଁ ଜଣେ ମୁସଲିମ୍‌ ମହିଳା-ନୁର୍‌ ଇନାୟତ ଖାନ ଭୂମିକାରେ ଅଭିନୟ କରୁଛି। ଶୁଟିଂ ପୂର୍ବରୁ ଏହି ଭୂମିକା ପାଇଁ ମୋତେ ପୂରା ଦମ୍‌ରେ ପ୍ରସ୍ତୁତ ହେବାକୁ ପଡିଥିଲା। ନିର୍ଦ୍ଦେଶକ ଲିଡିଆ ଡିନ୍‌ ପିଲଚର୍‌ ମୋତେ ଯେଉଁ ଟିପ୍ସ ଦେଇଥିଲେ ତାହା ମୋ ପାଇଁ ବେଶ୍‌ ସହାୟକ ହୋଇଛି।’ ତେବେ ଏହି ଫିଲ୍ମଟି ରାଧିକାଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡିବ।

Share