Categories: ଜାତୀୟ

ଘୁଞ୍ଚିଲା ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୮।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲର ଶୁଣାଣିକୁ ଦିଲ୍ଲୀର ଏକ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଶନିବାର କହିଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ଆଦାଜଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ସେ ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ନାହିଁ କିମ୍ବା ସାହିନ ବାଗ ମଧ୍ୟ ଯାଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ। ଏଥିସହ କୌଣସି ବିକ୍ଷୋଭ ବା ଆନ୍ଦୋଳନ କରିପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶୁକ୍ରବାର ଆଜାଦ ପୁଣିଥରେ ଜାମା ମସଜିଦ୍‌ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା।

Share