ଘୁଷୁରିକିଳା ଗ୍ରାମରେ ଅଗ୍ନିକାଣ୍ଡ

ସଜନାଗଡ଼, ୧୨।୪(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତର ଘୁଷୁରିକିଳା ଗ୍ରାମରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ଘୁଷୁରିକିଳା ଗ୍ରାମର ବାଈଧର ଟୁଡୁ। ଅଗ୍ନିକାଣ୍ଡରେ ତାଙ୍କର ଟଙ୍କାପଇସା, ଧାନଚାଉଳ, ଲୁଗାପଟା, ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଉକ୍ତ ଘରକୁ ଲାଗି ରହିଥିବା ଜଗନ୍ନାଥ ହାଁସଦାଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। ପୁରୁଣା ବାରିପଦାରୁ ଦମକଳବାହିନୀ ଆସି ପହଞ୍ଚତ୍ତ୍ବା ବେଳକୁ ଘରଟି ସୂମ୍ପୂର୍ଣ୍ଣ ଜଳିଯାଇଥିଲା।