Categories: ଜାତୀୟ

ଘୂର୍ଣ୍ଣିବାତ୍ୟା ‘ମାହା’ର ପ୍ରଭାବ: ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୩।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ମାହା’ର ପ୍ରଭାବରେ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରବିବାର ସୁଦ୍ଧା ଗୁଜରାଟ ଓ ସୌରାଷ୍ଟ୍ର ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଆଣ୍ଡାମାନ ସାଗରରେ ଲଘୁଚାପର ପ୍ରଭାବ ଥିବାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ରବିବାର ଓ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ। ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବାତ୍ୟା ଏବେ ଘଣ୍ଟାପ୍ରତି ୧୪ କିଲୋମିଟର ଗତିରେ ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ଏବେ ଏହା ଗୁଜରାଟ ଭରାଭଲଠାରୁ ୫୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି।

Share