Advertisement
Categories: ଜାତୀୟ

ଘୂର୍ଣ୍ଣି ଝଡ଼ ତାଣ୍ଡବ: ୩ ରାଜ୍ୟରେ ୩୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୭।୪: ଦେଶର ବିଭିନ୍ନ ରାଜସ୍ଥାନ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବର୍ଷା ହୋଇଛି। ରାଜସ୍ଥାନରେ ଏଥିରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପବନରେ ଉଦୟପୁରରେ ୮ଶହ ବିଦ୍ୟୁତ୍‌ ଖୁଣ୍ଟ ଏବଂ ୭୦ ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏଠାରେ ରେଳଓ୍ବେ ଷ୍ଟେଶନର ୩ଟି ଛାତ ପବନରେ ଉଡ଼ି ଯାଇଥିବା କୁହାଯାଉଛି। ବୁଧବାର ପୁଣି ଫୂର୍ଣ୍ଣିଝଡ଼ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share