ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ ଏଭଳି ଏକ ଘୋଡ଼ା ମାଲିକ ସହିତ ଯୋଗଦେଇଛି। ମାଲିକ ତାରା ସିଂ ଘୋଡ଼ାର ନାମ ସରାଗରେ ଶାନ୍‌ ରଖିଛନ୍ତି। ଏହା ଘଣ୍ଟାପ୍ରତି ୮୦ କିମି ବେଗରେ ଦୌଡ଼ିଥାଏ। ଦେଶରେ ଘୋଡ଼ା ଦୌଡ଼ରେ ଶାନ୍‌ ଚମ୍ପିୟନ ବୋଲି ମାଲିକ କୁହନ୍ତି। ଏହି ଉତ୍ସବରେ ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟରୁ ୫ ଶହରୁ ଅଧିକ ଘୋଡ଼ା ଯୋଗ ଦେଇଛନ୍ତି। ଶାନ୍‌ର ବୟସ ଏବେ ୫ ବର୍ଷ। ଏହାର ଉଚ୍ଚତା ସାଢ଼େ ୫ ଫୁଟ। ପ୍ରତିଦିନ ଶାନ୍‌ ପାଇଁ ୫ ଶହ ଟଙ୍କା ଖର୍ଚ୍ଚ ହୋଇଥାଏ। ଶାନ୍‌ ସକାଳୁ ରାତି ମଧ୍ୟରେ ଶହେ ଗ୍ରାମ୍‌ ଦେଶୀ ଘିଅ, ଚଣା ଏବଂ ଯଅ ଆଦି ସହିତ କଅଁଳ ଘାସ ଖାଇଥାଏ ବୋଲି ତାରା ସିଂ କୁହନ୍ତି।

Share