ଘୋଡ଼ା ଉପରେ ୪୦ ମିନିଟ୍‌ ଧରି ୩୦ ଯୋଗାସନ କଲେ ୧୧ ଯବାନ

ସହାରନ୍‌ପୁର,୨୦।୬: ଶୁକ୍ରବାର ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏହା ପୂର୍ବରୁ ଉତ୍ତରପ୍ରଦେଶ ସହାରନ୍‌ପୁରରେ ଗୁରୁବାର ସେନାର ରିମାଉଣ୍ଟ୍‌ ଡିପୋ ଆଣ୍ଡ୍‌ ଟ୍ରେନିଂ ସ୍କୁଲରେ ୧୧ ଜଣ ଭାରତୀୟ ଯବାନ ଘୋଡ଼ା ଉପରେ ବସି ୪୦ ମିନିଟ୍‌ ଯୋଗାଭ୍ୟାସ କରିଛନ୍ତି। ଏହି ସମୟରେ ସେମାନେ ୩୦ରୁ ଅଧିକ ପ୍ରକାର ଯୋଗାସନ କରିଥିବା କୁହାଯାଉଛି। ଯୋଗଗୁରୁ ପଦ୍ମଶ୍ରୀ ସ୍ବାମୀ ଭାରତ ଭୁଷଣ ନିର୍ଦ୍ଦେଶନାରେ ଯୋଗାଚାର୍ଯ୍ୟ ଅନୀତା ଶର୍ମା ଯବାନମାନଙ୍କୁ ଯୋଗାସନ ଶିକ୍ଷା ଦେଇଥିଲେ।

Share