୩୦ ବର୍ଷୀୟା ମେଲୋଡି ହାମ୍ସ ଏବେ ଅଶ୍ୱଙ୍କର କେଶ କାଟିବାକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପଶୁଙ୍କ କେଶକୁ କାଟି ତାଙ୍କ ଶରୀରରେ ସେ ସୁନ୍ଦର ସୁନ୍ଦର ଚିତ୍ର ତିଆରି କରୁଛନ୍ତି। ମାତ୍ର ୯ ବର୍ଷ ବୟସରୁ ସେ ଏହି କାମରେ ଧୁରନ୍ଧର ଅଛନ୍ତି। ପିଲାଦିନେ ତାଙ୍କ ପ୍ରିୟ ପୋଷା ଘୋଡ଼ା ଏକ ଦୁର୍ଲଭ ରୋଗରେ ପୀଡ଼ିତ ହେଲା। ଯେଉଁଥିପାଇଁ ତା’ ଶରୀରର ଲୋମ ସବୁ ଦିନକୁ ଦିନ ଝଡ଼ିବାରେ ଲାଗିଲା। ଏଣୁ ଘୋଡ଼ାକୁ ସମସ୍ତଙ୍କ ସମ୍ମୁଖରେ ଆକର୍ଷଣୀୟ ରୂପ ଦେବାକୁ ଯାଇ ସେ ବିଭିନ୍ନ ପ୍ରକାର ଚିତ୍ର କଟିଙ୍ଗ୍ କଲେ। ଏହି ସୃଜନାତ୍ମକ ଶୈଳୀ ଧୀରେ ଧୀରେ ତାଙ୍କ ଦକ୍ଷତାର ବିକାଶ କଲା ଏବଂ ଲୋକପ୍ରିୟତା ବଢ଼ାଇଲା। ତେଣୁ ଏହାକୁ ସେ ପେସା କରିଦେଲେ। ବର୍ତ୍ତମାନ ‘ହର୍ସ ବାର୍ବର୍’ ଭାବେ ବେଶ୍ ପରିଚିତ ମେଲୋଡି। ତାଙ୍କୁ ନେଇ ଅନେକ ଟିଭି ପ୍ରୋଗ୍ରାମ୍ ମଧ୍ୟ ହୋଇସାରିଲାଣି।