ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନ୍ଧାଧୁନ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ଏଥିରେ ହିନ୍ଦୀ ଫିଲ୍ମ ଅନ୍ଧାଧୂନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଆୟୁଷ୍ମାନ ଖୁରାନା ଓ ଭିକି କୌଶଳଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମ ‘ବଧାଇ ହୋ’ ପାଇଁ ଆୟୁଷ୍ମାନଙ୍କୁ ଓ ଉରି ଦ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଭିକି କୌଶଳଙ୍କୁ ମିଳିଛି ଏହି ପୁରସ୍କାର।

ସେହିପରି ମହାନତି ଚଳିଚ୍ଚିତ୍ର ପାଇଁ କ୍ରିଥି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘ବଧାଇ ହୋ’ର ସପୋର୍ଟିଂ ଆକ୍ଟ୍ରେସ୍‌ ସୁରେକ୍ଷା ସିକ୍ରି ହାତେଇଛନ୍ତି ୨୦୧୮ର ଜାତୀୟ ପୁରସ୍କାର। ସେହିପରି ଫିଲ୍ମ ପଦ୍ମାବତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସଞ୍ଜୟ ଲୀଲା ଭଂସାଲିଙ୍କୁ ପୁରସ୍କୃତ କରାଯାଇଛି। ଏହି ଫିଲ୍ମର ‘ଘୁମର’ ଗୀତକୁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ଦିଆଯାଇଥିବା ବେଳେ ପଦ୍ମାବତର ପ୍ରଚ୍ଛଦ ପଟ ଗାୟକ ଅରିଜିତ୍‌ ସିଂହଙ୍କୁ ମିଳିଛି ଶ୍ରେଷ୍ଠ ପ୍ଲେବ୍ୟାକ୍‌ ସିଙ୍ଗର ଆଓ୍ବାର୍ଡ।

Share