Categories: ଜାତୀୟ

ଘୋଷଣା ହେଲା ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ: ୫ ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏକ ଖବରଦାତା ସମ୍ମିଳନୀରେ ଏଥିପାଇଁ ତାରିଖ ଘୋଷଣା କରିଛନ୍ତି। ୮୧ ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରୁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ଯ୍ୟାୟ ୧୬ ଡିସେମ୍ବର ଓ ପଞ୍ଚମ ପର୍ଯ୍ୟାୟ ୨୦ ଡିସେମ୍ବରରେ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୫, ୨୦୨୦ରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ପୂରଣ ହେଉଛି। ତେଣୁ ଏହା ପୂର୍ବରୁ ନୂଆ ସରକାର ଗଠନ କରାଯିବ।

Share