ଘୋଷଣା ହେଲା ସମୀରଙ୍କ ନୂଆ ଟିମ୍: ୯ଜଣ ସମ୍ପାଦକ, ୧୦ଜଣ ହେଲେ ରାଜ୍ୟ ଉପସଭାପତି

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନକ୍ରମେ ଗୁରୁବାର ଓଡିଶା ପ୍ରଦେଶର ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ କରାଯାଇଛି। କରୋନା ଯୋଗୁ ବିଳମ୍ବ ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍‌ ପ୍ରକାଶ କରାଯାଇଛି। ସମୀରଙ୍କ ନୂଆ ଟିମ୍‌ରେ ୧୦ଜଣ ଉପସଭାପତିଙ୍କୁ ଦାୟିତ୍ୱ ମିଳିଛି। ଏଥିରେ ଏମ୍‌ପି ସଙ୍ଗୀତା ସିଂ ଦେଓ, ଅପରାଜିତା ଷଡଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢେଇ, ନାଉରୀ ନାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁବକ୍ସି ପାତ୍ର, ପ୍ରଭାତି ପରିଡା ପ୍ରମୁଖ ଅଛନ୍ତି। ସେହିପରି ୫ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ମାନସ କୁମାର ମହାନ୍ତିଙ୍କୁ ସଙ୍ଗଠନ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ୯ଜଣଙ୍କୁ ଦଳର ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ୬ଟି ମୋର୍ଚ୍ଚାର ସଭାପତି ପରିବର୍ତ୍ତନ ହୋଇଛନ୍ତି। ଭାଜପା ଯୁବ ମୋର୍ଚ୍ଚା ସଭାପତି ଭାବେ ଇରାସିଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି, ମହିଳା ମୋର୍ଚ୍ଚା ସଭାପତି ଭାବେ ପ୍ରଭାତି ପରିଡାଙ୍କ ସ୍ଥାନରେ ସ୍ମୃତି ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି। ସେହିପରି ପ୍ରଦୀପ ପୁରୋହିତଙ୍କୁ ଭାଜପା କୃଷକ ମୋର୍ଚ୍ଚା ସଭାପତି, ଏସ୍‌ଟି ମୋର୍ଚ୍ଚା ସଭାପତି ଭାବେ ବିଶେସ୍ବର ଟୁଡୁ, ବିଭୁ ପ୍ରସାଦ ତରାଇଙ୍କୁ ଏସ୍‌ସି ମୋର୍ଚ୍ଚା ସଭାପତି, ପଛୁଆ ବର୍ଗ ସଭାପତି ଭାବେ ସିକନ୍ଦର ଅଲ୍ଲି ଦାୟିତ୍ୱ ପାଇଛନ୍ତି। ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଭାବେ ଦେବେନ୍ଦ୍ର ନନ୍ଦ ଦାୟିତ୍ୱ ପାଇଛନ୍ତି। ଦଳର ମୁଖପତ୍ର ତାଲିକାରେ ୧୦ଜଣଙ୍କ ନାମ ପ୍ରକାଶ ପାଇଛି। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ତାଲିକା ୧୬୧ଜଣ ରହିଥିଲା ବେଳେ ସ୍ଥାୟୀ ନିମନ୍ତ୍ରିତ ଅତିଥି ତାଲିକାରେ ୧୨୫ଜଣ ରହିଛନ୍ତି।

Share