Categories: କନ୍ଧମାଳ

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର

ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ ୧୫ କିମି ରାସ୍ତା ନୂତନ ଭାବେ
ନିର୍ମିତ ହୋଇଛି ା ଟିକାବାଲି ତେଙ୍ଗେଡାପଥର ଛକ ଠାରୁ ୫ କିମି ଦୂରରେ ଥିବା ଚକାପାଦ ଘାଟି ରାସ୍ତାରେ ଗୋଟିଏ ପାର୍ଶ୍ୱରେ ଖାଲ ରହିଥିବା ବେଳେ ଅନ୍ୟ ଏକ ପାର୍ଶ୍ୱରେ ପାହାଡ ରହିଛି। ଲଗାଣ ବର୍ଷା ଯୋଗୁ ପାହାଡରୁ ମାଟି ଅତଡା ଓ ବଡ ବଡ ପଥର ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଯାନବାହନ ଯାତାୟତ କରୁଛି। ଉକ୍ତ ରାସ୍ତାରେ ଚକାପାଦ, ବ୍ରାହ୍ମଣପାଦ ଦେଇ ଦଶପଲ୍ଲା ଓ ଚକାପାଦ ବଦାଙ୍ଗି ଦେଇ ଭଞ୍ଜନଗରକୁ ଯାନବାହନ ଚଳାଚଳ ହେଉଛି ା ଉକ୍ତ ରାସ୍ତାଟି ଟିକାବାଲି ତେଙ୍ଗେଡାପଥର ଛକଠାରୁ ଚକାପାଦ ଘାଟି ଶେଷ ଯାଏ ୧୫ କିମି ରାସ୍ତା ଏକ ଘରୋଇ କମ୍ପାନୀ ନୂତନ ଭାବେ ନିର୍ମାଣ କରିଥିବାବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ ତଦାରଖ କରୁଥିଲା। ରାସ୍ତାରେ ଗୋଟିଏ ପାର୍ଶ୍ୱରେ ଥିବା ପାହାଡକୁ ଲାଗି କଂକ୍ରିଟ ଓ୍ବାଲ ନିର୍ମାଣ କରାଯାଇ ନ ଥିବାରୁ ପାହାଡରୁ ବଡ ଅତଡା ଓ ପଥର ରାସ୍ତା ଉପରକୁ ଖସୁଛିା କୌଣସି ଅଘଟଣ ଘଟିବା ପୂର୍ବରୁ ପୂର୍ତ୍ତ ବିଭାଗ ସଜାଗ ହୋଇ ଉକ୍ତ ସମସ୍ୟାର ସମାଧାନ କରିବାପାଇଁ ଚକାପାଦ ଅଞ୍ଚଳବାସୀ ଦାବି କରିଛନ୍ତି ା ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦିବାକର ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ।