ଚକାଫାଟି ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ଆହତ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜାମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଓଡି ୦୧ ଏଡି ୬୩୩୬ ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଜାମୁନା ଅଞ୍ଚଳକୁ ଯାଉଥିଲା। ହଠାତ୍‌ ଗାଡ଼ିର ଆଗ ଚକା ଫାଟିଯିବାରୁ ଭାଲୁକାଶୁଣି ତିନିକୋଶିଆ ଜଙ୍ଗଲର ପିଡବ୍ଲ୍ୟୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିଚାଳକ ସଞ୍ଜୟ ଦାସ ଆହତ ହୋଇଛନ୍ତି। ଗାଡ଼ିରେ ଥିବା ଅନ୍ୟ ଜଣେ ସହାୟକ ମଧ୍ୟ ଆହତ ହୋଇଛନ୍ତି।