Categories: କନ୍ଧମାଳ

ଚକା ପମ୍ପଚର ଅଛି କହି ଅଧା ରାସ୍ତାରେ ଶ୍ରମିକଙ୍କୁ ଛାଡି ଚାଲିଗଲା ବସ୍‌

ଜି.ଉଦୟଗିରି,୧୦।୬(ଡି.ଏନ.ଏ.)-ପଞ୍ଜାବ ଲୁଧିୟନାରୁ ରାୟଗଡା କାଶୀପୁରକୁ ୨୦ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର କାଳିଙ୍ଗା ଜି. ଉଦୟଗିରି ମଝି ରାସ୍ତାରେ ଛାଡି ପଳାଇଛି। ଚକା ପମ୍ପଚର ଅଛି। ମରାମତି କରି ଆଣୁଛି କହି ଡ୍ରାଇଭର ଜଣକ ଛାଡି ଚାଲିଯାଇଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଖବରପାଇ ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ, ଆଇଆଇସି ନରେଶ କୁମାର ସାହୁ, ଏଏସଆଇ ସୁବାସ ପ୍ରଧାନ, କାଲିଙ୍ଗା ସରପଞ୍ଚ ରେବିକା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ। ଶେଷରେ ଜିଲାପାଳଙ୍କ ପରାମର୍ଶକ୍ରମେ ବିଡିଓ ଅନ୍ୟ ଏକ ବସ୍‌ ଯୋଗେ ସେମାନଙ୍କୁ ମୁନିଗୁଡା ଅଭିମୁଖେ ପଠାଇଥିଲେ।