ଚକୁଳି ପଞ୍ଚାୟତରେ ସାମାଜିକ ଦୂରତ୍ୱ ରକ୍ଷା କରି ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସରଣ୍ଡା,୬ା୪(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ କାରୋନା ସଂକ୍ରମଣକୁ ନେଇ ଆଶଙ୍କା ବଢ଼ିଚାଲିଛି। ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ଘରକୁ ପିଡିଏସ ଚାଉଳ ଯୋଗାଣ ପାଇଁ କହିଥିବା ବେଳେ ସ୍ଥାନୀୟ ଚକୁଳି ପଞ୍ଚାୟତରେ ଦିନକୁ ୪୦/୫୦ ଜଣ ହିତାଧିକାରୀଙ୍କୁ ସାମାଜିକ ଦୂରତ୍ୱ ରଖି ପିଡିଏସ ସାମଗ୍ରୀ ବଣ୍ଟନ କରାଯାଉଛି। ହିତାଧିକାରୀ ମଧ୍ୟ ଏହି ନିୟମ ଅନୁସାରେ କରାଯାଇଥିବା ବୃତ୍ତ ଚିହ୍ନରେ ବ୍ୟାଗ୍‌ ରଖି ନିଜ ନମ୍ବର ଆସିବା ଯାଏ ଦୂରରେ ଅପେକ୍ଷା କରି ସାମଗ୍ରୀ ନେଉଛନ୍ତି। ଅତାବିରା ପୋଲିସ ପକ୍ଷରୁ ସୁରକ୍ଷାକର୍ମୀ ସୁଶାନ୍ତ ସାଏନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।