ଚକ୍‌ଲେଟ୍‌ ବ୍ରାଉନି

ଆବଶ୍ୟକ ସାମଗ୍ରୀ: ୨କପ୍‌ ମଇଦା, ୨ ବଡ଼ ଚାମଚ ଚିନି ପାଉଡର, ୨ ବଡ଼ ଚାମଚ କୋକୋ ପାଉଡର, ୨ ବଡ଼ ଚାମଚ କ୍ଷୀର, ୧ ଛୋଟ ଚାମଚ ତେଲ, ୨ ବଡ଼ ଚାମଚ କଟା ଡ୍ରାଏ ଫ୍ରୁଟ୍ସ, ୨ ବଡ଼ ଚାମଚ ଚକ୍‌ଲେଟ୍‌ ସିରପ୍‌।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମଇଦା, ଚିନି ପାଉଡର, କୋକୋ ପାଉଡର ଏବଂ ଡ୍ରାଏ ଫ୍ରୁଟ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସେଥିରେ କ୍ଷୀର, ଚକ୍‌ଲେଟ୍‌ ସିରପ୍‌ ଏବଂ ତେଲ ପକାଇ ଚକଟନ୍ତୁ ।
ଏକ ପାତ୍ରରେ ଏହି ମିଶ୍ରଣକୁ ରଖି ଧୀରେ ଧୀରେ ଚାମଚ ସାହାଯ୍ୟରେ ସେଟ୍‌ କରିଦିଅନ୍ତୁ। ୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋଓ୍ବେଭରେ ୧୮୦ଡିଗ୍ରୀ ସେଲ୍‌ସିୟସ୍‌ରେ ଏହାକୁ ରଖନ୍ତୁ। ଏହାକୁ ବାହାରକୁ କାଢ଼ି ଥଣ୍ଡା କରନ୍ତୁ। ପ୍ରସ୍ତୁତ ହୋଇଗଲା ଚକ୍‌ଲେଟ୍‌ ବ୍ରାଉନି।