ଚଢ଼ାଉ ପରେ ଦର କମାଇଲେ ଗ୍ରସେରି, ପରିବା ଦୋକାନୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବାକୁ ମଙ୍ଗଳବାର ମଧ୍ୟରାତିରୁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ ହେବା ପରେ ଏବେ ବଜାରରେ ଗ୍ରସେରି ଓ ପରିବା ଦର ବୃଦ୍ଧି ପାଇଛି। ଭୁବନେଶ୍ୱରର ପ୍ରମୁଖ ୧୭ଟି ହାଟ ସହ ବିଏମ୍‌ସି ଅଧୀନ ୬୭ ଓ୍ବାର୍ଡ ଅଞ୍ଚଳରେ ଥିବା ପନିପରିବା, ମାଛ ମାଂସ ବଜାର ଓ ଗ୍ରସେରି ଦୋକାନଗୁଡ଼ିକରେ ହଠାତ୍‌ ଦର ବୃଦ୍ଧି ହେବାରୁ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କିଛି ଅସାଧୁ ବ୍ୟବସାୟୀ କଳାବଜାର ଓ ଶୋଷଣ ଆରମ୍ଭ କରିଛନ୍ତି। ବିଭିନ୍ନ ହାଟରେ ବ୍ୟବସାୟୀମାନେ ମନଇଚ୍ଛା ଭିନ୍ନ ଭିନ୍ନ ଦରରେ ପରିବାର ବିକୁଥିବା ଦେଖିବାକୁ ମିଳିଥିଲା। ରସୁଲଗଡ଼ କୋଚିଲେଇ ହାଟରେ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା। ତାଗିଦ ଓ ଚେତାବନୀ ପରେ ବ୍ୟବସାୟୀ ଉଚିତ ମୂଲ୍ୟରେ ବିକ୍ରି କରିଥିଲେ। ସେହିଭଳି ସହରର ଆଉ କେତେକ ହାଟରେ ମଧ୍ୟ ଅଧିକ ଦରରେ ପରିବାର ଓ ଗସେରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି।

Share