ଚଢ଼ା ଦରରେ ଲୁଣ ବିକିବାରୁ ୧୨ହଜାର ଟଙ୍କା ଜରିମାନା

ଖପ୍ରାଖୋଲ,୧୬।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ କିଛିଦିନ ହେବ ଲୁଣ ଅଭାବ ଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାର ଫାଇଦା ଉଠାଇଛନ୍ତି କେତେଜଣ ବ୍ୟବସାୟୀ। ସେମାନେ ସାଧାରଣ ଗ୍ରାହକଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଖପ୍ରାଖୋଲ ବ୍ଲକ ଓଡିଆପାଲି ସରପଞ୍ଚ ଶାନ୍ତି ଛୁରା ଜିଲାପାଳଙ୍କ କ୍ଷମତା ପ୍ରୟୋଗକରି ଓଡିଆପାଲି ଗାଁର ମନୋଜ ସାହୁ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୧୨ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ମନୋଜ ୧୫୦ ଟଙ୍କାର ଲୁଣ ବସ୍ତାକୁ ୫ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ସରପଞ୍ଚ ଛୁରାଙ୍କୁ ପଚାରିବାରୁ ଲକ୍‌ଡାଉନ୍‌ ସମୟରେ ସମ୍ପୃକ୍ତ ବେପାରୀ ଲୁଣ ଅଧିକ ଦରରେ ବିକୁଥିବା ଅଭିଯୋଗ ହେଲା ପରେ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ପଞ୍ଚାୟତରେ ଜମା କରାଯାଇଥିବା କହିଛନ୍ତି ।

Share