ଝାରସୁଗୁଡା ଅଫିସ,୧ା୪-ଝାରସୁଗୁଡା ସହର ଶୁକର ବଜାର ଡେଲି ମାର୍କେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ପ୍ରଶାସନ ବୁଧବାର ଏଠାରେ ଚଢ଼ାଉ କରିଛି। ଝାରସୁଗୁଡା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଏଠାରେ ଚଢ଼ାଉ କରି ୨୭ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ଏମାନେ ଆଳୁ, ପିଆଜ ଭଳି ସାମଗ୍ରୀକୁ ଅଧିକା ଦରରେ ବିକ୍ରି କରୁଥିବା ଅଧିକାରୀ କହିଛନ୍ତି।