ଚଢାଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି

କେନ୍ଦୁଝର,୧୩ା୪(ଡି.ଏନ୍‌.ଏ.): କରୋନା ଯୋଗୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଚାଲିଥିବା ବେଳେ କେନ୍ଦୁଝର ଜିଲାର କେତେକ ଅସାଧୁ ବ୍ୟବସାୟୀ ଚଢା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। କଳାବଜାରୀ ରୋକିବା ପାଇଁ ଜିଲା ବେସାମରିକ ଯୋଗାଣ ଅଧିକାରୀ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୀ ଦର ଧାଯର୍‌ୟ କରିଛନ୍ତିି। ଏହି ଦର କେତେକାଂଶରେ ସହରାଞ୍ଚଳରେ ଫଳପ୍ରଦ ହେଉଥିବାବେଳେ ଗ୍ରାମାଞ୍ଚଳରେ ଏହାକୁ କେହି ମାନୁ ନ ଥିବା ଜଣାପଡିଛି। ଜିଲାର କେନ୍ଦେଇପଶି, ତୁରୁମଙ୍ଗା, ମୁରୁସୁଅଁା,ରାଜନଗର,ଖିରେଇଟାଙ୍ଗିରୀ,ଉଖୁଣ୍ଡା, ଢ଼େଙ୍କିକୋଟ, ପଣ୍ଡାପଡା, ଶୁଆକାଟୀ, ବାଂଶପାଳ, କାଦକଳା, କାଞ୍ଜିପାଣି, ତେଲକୋଇ, ଜଗମୋହନପୁର, ପିପିଳିଆ ଇତ୍ୟାଦି ଅଞ୍ଚଳରେ ଡାଲି, ତେଲ,ଆଳୁ, ପିଆଜ, ରସୁଣ, ଚିନି ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ଚଢା ଦରରେ ବିକ୍ରୀ କରି ଦୋକାନୀମାନେ ଗ୍ରାହକମାନଙ୍କୁ ଶୋଷଣ କରୁଛନ୍ତି। ଗ୍ରାମାଞ୍ଚଳରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଉ ନ ଥିବା ଯୋଗୁଁ ଦୋକାନୀମାନେ ମନଇଛା ଦରରେ ଜିନିଷ ବିକ୍ରି କରି ଖାଉଟିମାନଙ୍କୁୁ ଲୁଟୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share