ଚଣାଡାଲି କଟଲେଟ୍‌

ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍‌, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା, ଫ୍ରାଏ ପାଇଁ ତେଲ ଓ ସ୍ବାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ରାଇଣ୍ଡର ନେଇ ଭିଜା ହୋଇଥିବା ଚଣାଡାଲି ଓ ସବୁପ୍ରକାର ମସଲାକୁ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ପରେ ଏକ ପ୍ୟାନ୍‌ ନେଇ ତେଲ ପକାନ୍ତୁ। ଯେତେବେଳେ ପ୍ୟାନ୍‌ ଗରମ ହେଲା ସେତେବେଳେ ମିକ୍ସକୁ ଗୋଟିଏ ଗୋଟିଏ କଟ୍‌ଲେଟ୍‌ ଆକାର କରି ପ୍ୟାନ୍‌ରେ ପକାନ୍ତୁ। ଏହାକୁ ଚଟଣି ସହିତ ଖାଇପାରିବେ।