ଚଣ୍ଡପଡ଼ାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା

ବ୍ରହ୍ମଗିରି,୭।୧୨(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୋନାଲି ଭଟ୍ଟ, ତପନ ଭଟ୍ଟ, ବିପିନ ଭଟ୍ଟ, ଚନ୍ଦନ ଭଟ୍ଟ, ସୁଷମା ଭଟ୍ଟ, ଅଭାଗିନୀ ଭଟ୍ଟ, ଅଶୋକ ଭଟ୍ଟ, ଜାନକୀ ଭଟ୍ଟ, କୁଞ୍ଜବିହାରୀ ଭଟ୍ଟ, ବସନ୍ତ ଭଟ୍ଟ, ଧୋଜରାଜ ଭଟ୍ଟଙ୍କ ୧୨ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ବେଳେ ଗୋରୁ ମଧ୍ୟ ଆହତ ହୋଇଛନ୍ତି। ଖବରପାଇ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଆଗ୍ନିକାଣ୍ଡର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି।