ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର ଅକ୍ଟୋବର ୮ରେ ପାଳନ ହେବ। ଏଥିପାଇଁ ଆୟୋଜକମାନେ ବହୁ ଆଡ଼ମ୍ବରରେ ଆୟୋଜନ କରିଛନ୍ତି। ଚଳିତ ଥର ଚଣ୍ଡିଗଡ଼ରେ ବିଶ୍ୱର ସବୁଠାରୁ ବଡ଼ କୁଶପୁତ୍ତଳିକା ନିର୍ମାଣ କରାଯାଇଛି। ୨୨୧ ଫୁଟ ଉଚ୍ଚର ରାବଣ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଏହାର ଓଜନ ରହିଛି ୭୦ କୁଇଣ୍ଟାଲ। ଏହି କୁଶପୁତ୍ତଳିକାକୁ ଦଶହରାରେ ଦହନ କରାଯିବ। ଧନାସ ଇଡବ୍ଲ୍ୟୁଏସ୍‌ କଲୋନୀରେ ନିର୍ମାଣ ହୋଇଥିବା ଏହି କୁଶପୂତ୍ତଳିକାକୁ ୪୦ ଜଣ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସେମାନଙ୍କୁ ୬ମାସ ସମୟ ଲାଗିଥିବା ଜଣାପଡ଼ିଛି।

Share