ନୂଆଦିଲ୍ଲୀ,୧୨ା୧୦(ପି.ଟି.): ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କର୍ମୀ ଚଣ୍ଡିପ୍ରସାଦ ଭଟ୍ଟଙ୍କୁ ୨୦୧୭ ଓ ୨୦୧୮ ବର୍ଷ ଲାଗି ଇନ୍ଦିରା ଗାନ୍ଧୀ ଜାତୀୟ ସଂହତି ପୁରସ୍କାର ଲାଗି ମନୋନୀତ କରାଯାଇଛି। ଅକ୍ଟୋବର ୩୧ରେ ଜବାହର ଭବନରେ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ପୁରସ୍କାର ପ୍ରଦାନ କରିବେ। ଦେଶରେ ଜାତୀୟ ସଂହତିର ପ୍ରସାର ଓ ସଂରକ୍ଷଣ ଲାଗି ଚଣ୍ଡିପ୍ରସାଦଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଥିବା କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।