Categories: ଖେଳ

ଚତୁଃରାଷ୍ଟ୍ରୀୟ ମହିଳା ହକି: ସ୍କଟ୍‌ଲାଣ୍ଡକୁ ହରାଇଲା ଭାରତ

ଡବ୍‌ଲିନ୍‌, ୩ା୬ (ପି.ଟି.)-ଏଠାରେ ଚାଲିଥିବା ୨୧ବର୍ଷରୁ କମ୍‌ କ୍ୟାଣ୍ଟର ଫିଜରଲାଡ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସୋମବାର ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି। ଫଳରେ ଦଳ ପ୍ରତିଯୋଗିତାରେ ଅପରାଜେୟ ଧାରା ବଜାୟ ରଖିଛି। ଭାରତ ପକ୍ଷରୁ ମମ୍‌ତାଜ ଖାଁ (୩୬ତମ ମିନିଟ୍‌) ଓ ଗଗନଦୀପ କୌର(୫୧ତମ) ଗୋଲ ସ୍କୋର କରିଥିବାବେଳେ ସ୍କଟଲାଣ୍ଡ ତରଫରୁ ମାର୍ଗେରୀ ଜଷ୍ଟିସ୍‌ (୫୦ତମ ମିନିଟ୍‌) ଏକମାତ୍ର ଗୋଲ ଦେଇଥିଲେ। ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଦ୍ୱିତୀୟାର୍ଦ୍ଧରେ ଭଲ ପ୍ରଦର୍ଶନ କରି ଆସିଛି। ଦଳ ଏପର୍ଯ୍ୟନ୍ତ ସ୍କୋର କରିଥିବା ୪ଟି ଗୋଲ ମଧ୍ୟରୁ ୩ଟି ଦ୍ୱିତୀୟାର୍ଦ୍ଧରେ ସ୍କୋର କରିଛି। ଏହି ମ୍ୟାଚରେ ଭାରତର ନିୟମିତ ଗୋଲକିପର ବିଚୁ ଦେବୀଙ୍କ ସ୍ଥାନରେ ଖୁସ୍‌ବୁ ଦାୟିତ୍ୱ ନିର୍ବାହ କରିଥିଲେ। ମଙ୍ଗଳବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତ ଆୟୋଜକ ଆୟର୍ଲାଣ୍ଡ କିମ୍ବା କାନାଡାକୁ ଭେଟିବ।

Share