ଚତୁର୍ଥୀ ରାତିରେ ଶାଶୁଘର ଛାଡ଼ିଲେ ନବବଧୂ, ସ୍ବାମୀଙ୍କୁ ଦର୍ଶାଇଲେ ମାନସିକ ବିକାରଗ୍ରସ୍ତ

ଗୋପ,୧୫।୭(ଡ଼ି.ଏନ୍‌.ଏ.) : ଅଗ୍ନିକୁ ସାକ୍ଷୀ ରଖି ସାରାଜୀବନ ସଂସାର କରିବାକୁ ଆସିଥିବା ନବବଧୂ ରବିବାର ସନ୍ଧ୍ୟାରେ ଚତୁର୍ଥୀ ରାତିରେ ଶାଶୁଘର ଛାଡି ବାପା ଘରକୁ ଚାଲି ଯାଇଛନ୍ତି। ଏହାକୁ ନେଇ ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗତ ୧୧ ତାରିଖରେ ଗୋପ ଥାନା ଅଧୀନ ଗଡକରମଳା ଗାଁର ଜଣେ ଯୁବକ ଅସ୍ତରଙ୍ଗ ଥାନା ଅଞ୍ଚଳର ଜଣେ କନ୍ୟାକୁ ବୈଦିକ ରୀତିରେ ବିବାହ କରିଥିଲେ। ରବିବାର ଚତୁର୍ଥୀ କାର୍ଯ୍ୟ ଲାଗି ହୋମ ସହ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। କିନ୍ତୁ ନବବଧୂ ତାଙ୍କ ସ୍ବାମୀ ଜଣେ ମାନସିକ ବିକାରଗସ୍ତ ଥିବା ବାପ ଘରକୁ ଜଣାଇଥିଲେ। ବାପଘର ଲୋକେ ଏ ସମ୍ପର୍କରେ ଗୋପ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ନବବଧୂଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ୨ ପକ୍ଷ ଥାନାରେ ପହଞ୍ଚତ୍ ଆପୋସ ସମାଧାନ କରିବା ଲାଗି ଚେଷ୍ଟା କରିଥିଲେ। ହେଲେ ନବବଧୂ ଶାଶୁଘରେ ରହିବାକୁ ରାଜି ହୋଇ ନ ଥିଲେ। ବୀରତୁଙ୍ଗ ସରପଞ୍ଚ ଶଶାଙ୍କ ଶେଖର ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ, ଥାନାଧିକାରୀ ଡାକିବାରୁ ମୁଁ ଥାନାକୁ ଯାଇଥିଲି। ଯୁବକ ଜଣକ ଭଲ ପିଲା। ସେ ମାନସିକ ବିକାରଗ୍ରସ୍ତ ନୁହେଁ ବୋଲି ମୁଁ ଥାନାରେ କହିଥିଲି। ଯୁବକଙ୍କ ବାପା କହିଛନ୍ତି ଯେ, ମୋ ପୁଅ ଉଚ୍ଚ ଶିକ୍ଷିତ। ସେ ଜଣେ ଭଦ୍ର ଓ ନମ୍ର ସ୍ବଭାବର। ଏ ସଂକ୍ରାନ୍ତରେ କନ୍ୟାପିତା କହିଛନ୍ତି ଯେ, ଝିଅ ଯେହେତୁ ଅଭିଯୋଗ କଲା ତା’ର ଭବିଷ୍ୟତକୁ ଲକ୍ଷ୍ୟ କରି ତାକୁ ଘରକୁ ନେଉଛି। ଡାକ୍ତରୀ ପରୀକ୍ଷା ପରେ ଯଦି ଜ୍ୱାଇଁ ଭଲ ଥିବା ଜଣାପଡ଼େ ତାହାହେଲେ ପରିବାର ଲୋକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଥାନାରେ ଆପୋସ ସମାଧାନ ଲାଗି ଉଦ୍ୟମ କରିଥିଲୁ। ମାତ୍ର ଏଥିରେ ନବବଧୂ ରାଜି ନ ହୋଇ ବାପ ଘରକୁ ପଲାଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଝୁଡ଼ଙ୍ଗ ଗଜାହେଲା

ନୂଆଦିଲ୍ଲୀ,୫।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶର ମାଇକ୍ରୋଗ୍ରାଭିଟି ସ୍ଥିତିରେ ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳ ହୋଇଛି।...

ଦିଲ୍ଲୀରେ ପ୍ରଜ୍ଞାପନ ମେଢ଼କୁ ନେଇ ବଢ଼ିଲା ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର,୫।୧(ଅନିଲଦାସ): ଚଳିତବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନ ଗଡ଼ିବା ଏକ କ୍ଷୋଭର ବିଷୟ ବୋଲି...

ଆଜିଠୁ ଆଦିବାସୀ ମେଳା

ଭୁବନେଶ୍ୱର,୫।୧(ସୁଚିସ୍ମିତା ସାହୁ)ରାଜଧାନୀରେ ସୃଷ୍ଟି ହେବ ଆଦିବାସୀ ଗ୍ରାମର ଭ୍ରମ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଜାନୁଆରୀ ୨୬ ପରିବର୍ତ୍ତେ ୫ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ...

ଆଜିଠାରୁ ଆରମ୍ଭ ହେବ ‘ଏକାମ୍ର ଉତ୍ସବ’

ଭୁବନେଶ୍ୱର, ୫।୧ (ବନ୍ଦନା ସେଠୀ)- ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ...

ଦୁଲୁକିଲା ରାଜଧାନୀ, ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଯାଏ ମଉଜମସ୍ତିର ଆସର

ଭୁବନେଶ୍ୱର,୫।୧:ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର । ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ

ଭୁବନେଶ୍ୱର,୪ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ  ପାଇଛି। ତେବେ ଅରିନ୍ଦମ...

ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ନେଇଗଲେ

କଟକ,୪।୧: ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲାର ମଧୁପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ ଖାପୁରିଆ ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଦୁର୍ବୁତ୍ତମାନେ ହୁଣ୍ଡି ଏବଂ ଅଳଙ୍କାର...

କମୁଛି ରାତ୍ରି ତାପମାତ୍ରା; ୧୦ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର,୪।୧: ପଶ୍ଚିମା ଝଡ଼ ପ୍ରଭାବରେ, ବର୍ତମାନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ୯ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri