ଚତୁର୍ଥ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୭ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ବୁଧବାର ସୁଦ୍ଧା ୬୧୦ ନମୂନା ପରୀକ୍ଷାର ରିପୋର୍ଟ ଆସିଥିବା ବେଳେ ସେଥିରୁ ପଜିଟିଭ୍‌ ଅଛନ୍ତି ୪ଜଣ। ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ ଥିବା ବେଳେ

ତୃତୀୟ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୧୨ ରହିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ଚତୁର୍ଥ ମାମଲା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ରହିଛି। ବିଭିନ୍ନ ଚିକିତ୍ସାଳୟରେ ୮୮ଜଣ କରୋନା ସନ୍ଦିଗ୍ଧ ପୃଥକାବାସରେ ରହୁଛନ୍ତି। ରାଜ୍ୟ ସରକାରଙ୍କ ପୋର୍ଟାଲ ଏବଂ ୧୦୪ନଂରେ ୧୫ହଜାର ୪୫ଜଣ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୩୩୨ଜଣ ବିଦେଶ ଫେରନ୍ତା ରହିଛନ୍ତି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share