ବଡବିଲ, ୧୫।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ହରିହର ମନ୍ଦିରରେ ସୋମବାର ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ପହଣ୍ଡି ହୋଇ ନିଳାଦ୍ରୀ ବିଜେ କରିଛନ୍ତି। ରୀତି ନୀତି ଅନୁଯାୟୀ, ଶ୍ରୀ ଜଗନ୍ନାଥ ଓ ମା’ ଲକ୍ଷ୍ମୀ ସାନ୍ତାଣୀଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବା ପରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା। ମନ୍ଦିର କମିଟି ସଭାପତି ବିଜୟ ମହାନ୍ତ କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇ ସୋମବାର ଠାକୁର ନିଳାଦ୍ରୀ ବିଜେ କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସାହାଣ ମେଲା ଦର୍ଶନ କରିଛନ୍ତି। ପୁରୀ ଶ୍ରୀ ମନ୍ଦିରର ରୀତିନୀତି ଅନୁଯାୟୀ ହରିହର ମନ୍ଦିରରେ ସମସ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଚେଷ୍ଟା ଜାରି ରହିଛି।