Advertisement

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ ଅଭିନେତା ଇର୍ଫାନ ଖାଁଙ୍କ ଦେହାନ୍ତ ଆଉ ୨୪ ଘଣ୍ଟା ନ ପୁରୁଣୁ ରିଷିଙ୍କ ଦେଦାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସାରା ଦେଶରେ କରୋନାକୁ ନେଇ ଚାଲିଥିବା ଲକ୍‌ଡାଉନ ମଧ୍ୟରେ ରିଷିଙ୍କ ଦେହାନ୍ତ ହେବା ପରେ ଦିଲ୍ଲୀରେ ରହୁଥିବା ରିଷିଙ୍କ ଝିଅ ରିଦ୍ଧିମା ତାଙ୍କୁ ଶେଷ ଦର୍ଶନ କରିପାରିବେ ନାହିଁ ବୋଲି ଜଣାପଡିଛି। ଗୁରୁବାର ହିଁ ମୁମ୍ବାଇର ମରିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ। ଅନ୍ତିମ ସଂସ୍କାରରେ ତାଙ୍କ ପରିବାରର ବା ଅତି ନିକଟତର ମାତ୍ର ୧୫ ଜଣ ଲୋକ ସାମିଲ ହେବାକୁ ଅନୁମତି ମିଳିଥିବା ଜଣାପଡିଛି। ତେବେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ହସ୍ପିଟାଲରେ ଲୋକଙ୍କ ଗହଳିକୁ ଦେଖି ପୋଲିସ ସମସ୍ତଙ୍କୁ ଫେରାଇ ଦେଇଥିବା କୁହାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share