ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଚୋରି ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବେଳେ ୨ଜଣ ଏବେ ବି ଫେରାର ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଅଢ଼େଇ ଫୁଟର ଚନ୍ଦନ କାଠ ଓ ଗଛ କଟା କରତ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଗତିନଗର ଅଞ୍ଚଳର ଶିଶିର ବାରିକ, ବଉଳିଗଡ଼ ଅଞ୍ଚଳର ଯୁଗଳ ବାରିକ, ଅଙ୍ଗାରବନ୍ଧ ଚଟିଆମୁଣ୍ଡା ଅଞ୍ଚଳର ସନ୍ତୋଷ ବାରିକ, ଶଙ୍କର ବାରିକ, ତୁରଙ୍ଗ ଅଞ୍ଚଳର କୁନା ବେହେରାଓ ଚଟିଆମୁଣ୍ଡା ଅଞ୍ଚଳର ଜଣେ ନାବାଳକ। ନଂ. ୬୦୧/୧୯ ଓ ୬୦୩/୧୯ରେ ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୋଲିସ କହିଛି, ଗତ ୬ ତାରିଖ ରାତିରେ ପିଟିସି ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିଲା। ଏହା ପର ଦିନ ଅର୍ଥାତ ୭ ତାରିଖ ରାତିରେ ଅଙ୍ଗାରବନ୍ଧ ମହିମା ମଠରୁ ମଧ୍ୟ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଥିଲା। ପ୍ରଥମେ ସମ୍ପୃକ୍ତ ନାବାଳକଙ୍କୁ ଧରିବା ପରେ ପୋଲିସ ଅନ୍ୟମାନଙ୍କ ନିକଟରେ ପହଞ୍ଚିଥିଲା। ଚୋରି ଘଟଣାରେ ସମ୍ପୃକ୍ତ ଏହି ୮ ଜଣିଆ ଗ୍ୟାଙ୍ଗ ସୌକ ମେଣ୍ଟାଇବାକୁ ଏପରି ଚୋରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପିଟିସି ପରିସରରୁ ଚୋରି ଚନ୍ଦନ ଗଛକୁ ୩ ପିସ୍‌ କରାଯାଇଥିବା ବେଳେ ଦୁଇ ପିସ୍‌ ବିକ୍ରି ହୋଇଯାଇଛି। ଅନ୍ୟ ଏକ ପିସ୍‌କୁ ପୋଲିସ ଜବତ କରିଛି। ସେହିପରି ଅଙ୍ଗାରବନ୍ଧ ମହିମା ମଠରୁ ଚୋରି ଚନ୍ଦନ ଗଛର ଗୋଟିଏ ପିସ୍‌କୁ ପୋଲିସ ଜବତ କରିଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ୧୫ ଦିନ ଧରି ଉଦ୍ୟମ ଚଳାଇଥିଲା। ଏସ୍‌ଆଇ ପ୍ରକାଶ ମାଝିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଟିମ୍‌ରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବିପ୍ଳବ ସାହୁ, ଏଏସ୍‌ଆଇ ଜୟ ସାହୁ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି ଛାତ୍ରୀ! ଭିଡିଓ ଭାଇରାଲ୍ 

କଟକ,୨୫।୯: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତିରଣପଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଗୋଡ଼ ମୋଡ଼ି ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ବିଭିନ୍ନ ସୋସିଆଲ ମିଡିଆ...

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୫।୯(ଅନିଲଦାସ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ...

ଆସନ୍ତା ମହିଳା ପର୍ବରେ ମିଳିବ ସୁଭଦ୍ରା ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା...

ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଧକ୍କାରେ ୨ ଛାତ୍ରୀଛାତ୍ର ଆହତ, ବଡ଼ ପଦକ୍ଷେପ ନେଲେ ପ୍ରଭାତୀ

ଗୋପ,୨୫।୯: ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍...

ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ୱବ୍ୟାଙ୍କ ଟିମ୍ 

ଭୁବନେଶ୍ୱର,୨୫।୯: ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ରଣନୀତି ସମ୍ପର୍କରେ ଅଧ୍ୟୟନ ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସୁପାରିଶ କରିବା ଉଦ୍ଦେଶ୍ୟରେ ଭାରତ...

ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…

ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍‌ ଅଫିସର ନିଯୁକ୍ତି ହେବେ। ଏହି ଅଫିସର...

ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର,୨୫।୯: ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ବାସ୍ଥ୍ୟ ସଚିବ ସହ...

ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ

ଭୁବନେଶ୍ୱର,୨୫।୯: ପୁଣି ବଦନାମ ମୁଣ୍ଡାଇଲା ମୋ ବସ୍‌। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri