ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ନରେନ୍ଦ୍ର ପୁଷ୍କରିଣୀ

ପୁରୀ ଅଫିସ,୨।୪: ଆସନ୍ତା ୨୬ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନ ଧରି ମହାପ୍ରଭୁଙ୍କ ସହ ଜଳ କ୍ରୀଡ଼ା କରିବେ ପଞ୍ଚ ମହାଦେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ପାଚେରି ରଙ୍ଗ ଦିଆଯିବା କାମ ଚାଲିଛି। ପୋଖରୀ ଚତୁଃପାର୍ଶ୍ୱ ପାଚେରିକୁ ଘଷା ଯାଇ ସଫା କରାଯାଇଛି। ସେହିପରି ପୁଷ୍କରିଣୀ ଚତୁଃପାର୍ଶ୍ୱ ଦେବଦେବୀ ଏବଂ ଚକଡାରେ ମଧ୍ୟ ରଙ୍ଗା ଦିଆଯିବ । ଏଥିସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ମଧ୍ୟ ହେବ। ଚିତ୍ରଶିଳ୍ପୀମାନେ ବିଭିନ୍ନ ପ୍ରକାର ଚିତ୍ର ମଧ୍ୟ କରିବେ।