ଚନ୍ଦନେଶ୍ୱରରେ ବଙ୍ଗୀୟ ମହିଳାଙ୍କୁ ବଳାତ୍କାର

ଭୋଗରାଇ, ୧୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ୍‌ ଥାନା ଅଧୀନ ଚନ୍ଦନେଶ୍ୱରସ୍ଥିତ ଏକ ହୋଟେଲରେ ଜଣେ ବଙ୍ଗୀୟ ମହିଳାଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଛି। ଏହି ଘଟଣାରେ ପୋଲିସ ଉକ୍ତ ହୋଟେଲ ମ୍ୟାନେଜରଙ୍କ ସହ ପୀଡ଼ିତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପଶ୍ଚିମବଙ୍ଗ ମାଲଦା ଇଂଲିଶ ବଜାର ଅଞ୍ଚଳର ଏହି ମହିଳା ଦୀଘା ବୁଲିବାକୁ ଆସିଥିଲେ। ସେ ଘରକୁ ଫେରିବା ସମୟରେ ଟ୍ରେନ୍‌ ଫେଲ୍‌ ହୋଇ ରେଳଷ୍ଟେଶନରେ ନିରାଶ ହୋଇ ବସିଥିଲେ। ଏହି ସମୟରେ ଜଣେ ୩୨ବର୍ଷୀୟ ଯୁବକ ତାଙ୍କ ସହିତ କଥାବାର୍ତ୍ତା ହୋଇ ବିଶ୍ୱାସ ଜନ୍ମାଇଥିଲେ। ସେ ମହିଳାଙ୍କୁ ତାଙ୍କ ଘରେ ଆଶ୍ରୟ ଦେବାକୁ କହି ଚନ୍ଦନେଶ୍ୱରସ୍ଥିତ ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ପରେ ୫ହଜାର ଟଙ୍କା ଓ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ସୋମବାର ପୀଡ଼ିତା ତାଳସାରୀ ମେରାଇନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଥାନା ପକ୍ଷରୁ ଜଣାପଡ଼ିଛି।

Share