ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା

ସାନ୍‌ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍‌ଏସ୍‌): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ ଗ୍ରହର ଅଂଶବିଶେଷ ବୋଲି କହି ସେ ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଇଛନ୍ତି। ଏକ ଟୁଇଟ୍‌ରେ ଶୁକ୍ରବାର ରାତିରେ ସେ କହିଛନ୍ତି ଯେ, ଆମେ ଯେତେ ଅର୍ଥ ଖର୍ଚ୍ଚ କରିଛୁ, ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) କେବଳ ଚନ୍ଦ୍ରକୁ ଯିବା ବିଷୟ କହିବା ଅନୁଚିତ। ତାହା ଆମେ ୫୦ ବର୍ଷ ତଳେ କରିସାରିଛୁ। ନାସା ମଙ୍ଗଳ (ଚନ୍ଦ୍ର ଯାହାର ଅଂଶବିଶେଷ) ଭଳି ବଡ଼ ସଫଳତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ସୋସିଅଲ ମିଡିଆରେ ଟ୍ରମ୍ପ୍‌ଙ୍କ ଏଭଳି ବିବୃତି ବିଶ୍ୱବ୍ୟାପୀ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି।

Share