ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ ପ୍ରମୋଟ କରୁଥିବା ଓ୍ବେବ ସାଇଟର ସୂଚନା ଅନୁଯାୟୀ, ସେ ଜଣେ ବିଶେଷ ବ୍ୟକ୍ତିଙ୍କ ସହ ବିଶେଷ ସ୍ଥାନକୁ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ‘ଗର୍ଲ ଫ୍ରେଣ୍ଡ’ ଚୟନ ଅଭିଯାନକୁ ଏକ ଟେଲିଭିଜନ ରିୟଲିଟି ଶୋ’ରେ ପ୍ରସାରଣ କରାଯିବାର ଯୋଜନା ରହିଛି। ଯାହାର ନାଁ ରହିଛି, ‘ଫୁଲ ମୁନ୍ ଲଭର୍ସ’। ୟୁସାକୁ ସ୍ପେସଏକ୍ସ ରକେଟ୍ ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରେ ଉଡିବୁଲିବାକୁ ଇଚ୍ଛା ରଖିଥିବା କୁହାଯାଏ।