ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ ନାସା ପକ୍ଷରୁ ସୋମବାର ବିଳମ୍ବିତ ରାତି ୧ଟା ୩୦ରେ ବିକ୍ରମ ଲ୍ୟାଣ୍ଡର ଭାଙ୍ଗିପଡ଼ିଥିବାର ଫଟୋ ଜାରି କରିଛି। ଏହି ଫଟୋକୁ ଚନ୍ଦ୍ରପୃଷ୍ଠରୁ ପ୍ରାୟ ଏକ କିଲୋମିଟର ଦୂରରୁ ଉତ୍ତୋଳନ କରାଯାଇଛି ବୋଲି ନାସା ଟୁଇଟ୍‌ କରି ଜଣାଇଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ମାଡ଼ ହେବାରୁ କିଛି ମାଟି ଧସି ଯାଇଥିବା ଫଟୋରେ ଦର୍ଶାଯାଇଛି। ଇସ୍ରୋ ପକ୍ଷରୁ ଏନେଇ ନାସା ସହିତ ଯୋଗାଯୋଗ କରାଯାଇଛି। ନାସା ଇସ୍ରୋକୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ଦେଇଛି।

Share