ଭାରତର ‘ଚନ୍ଦ୍ରଯାନ -୨’ ମିଶନ ବିଫଳ ହୋଇଛି। ଲ୍ୟାଣ୍ଡ୍ର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କିମି ଦୂରତା ଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିରେ ସମଗ୍ର ଭାରତବାସୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ ଦେଶବ୍ୟାପୀ ଲୋକ। ବଲିଉଡ୍ର କିଛି ସେଲିବି୍ରିଟି ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଟୁଇଟ୍ କରି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ଏହା କେବଳ ଆଗକୁ ଯିବା ପାଇଁ ଆରମ୍ଭ ମାତ୍ର। ଆମର ବୈଜ୍ଞାନିକ ମାନେ ହତୋତ୍ସାହ ନ ହୋଇ ଆଗକୁ ବଢ଼ିବା ଉଚିତ୍। ତାଙ୍କର ଦୃଢ଼ ମନୋବଳ ଏବଂ ଉପଲବ୍ଧି ପାଇଁ ଆମେ ଗର୍ବିତ। ଆପଣ ସମସ୍ତେ ବାସ୍ତବରେ ପ୍ରେରଣାଦାୟକ।
ଅନୁଷ୍କାଙ୍କ ଏହି ଟୁଇଟ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ବିଲ୍କୁଲ୍ ଠିକ୍। ଆମେ ଆମ ବୈଜ୍ଞାନିକ କାର୍ଯ୍ୟରେ ଗର୍ବ ଅନୁଭବ କରୁଛୁ। ଇସ୍ରୋ ହଜାର ହଜାର ଯୁବ ବୈଜ୍ଞାନିକଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଛି।