କୋଲକାତା,୬।୯: ଭାରତ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ତିଆରି କରିବାକୁ ଯାଉଛି। ୪୮ ଦିନର ଯାତ୍ରା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଇତିହାସ ରଚିବ। ଏହି ମିଶନର ସଫଳତାକୁ ନେଇ ସାରା ଦେଶ ବେଶ ଉତ୍ସାହିତ ଥିବା ବେଳେ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶରେ ଚାଲୁଥିବା ଆର୍ଥିକ ମାନ୍ଦାବସ୍ଥାରୁ ନଜର ହଟାଇବା ପାଇଁ ଚନ୍ଦ୍ରୟାନ-୨ ମିଶନର ସହାରା ନିଆଯାଉଛି। ସତରେ ଯେମିତି ଦେଶରେ ଏହି ମିଶନ ପ୍ରଥମ ଥର ହେଉଛି। ଏହା ଆର୍ଥିକ ମାନ୍ଦାବସ୍ଥାରୁ ସମସ୍ତଙ୍କ ଦୃଷ୍ଟି ହଟାଇବା ପାଇଁ ପ୍ରୟାସ କରାଯାଉଛି ବୋଲି ମମତା କହିଛନ୍ତି।