Categories: ବାଣିଜ୍ୟ

ଚନ୍ଦ୍ରଶେଖରପୁରରେ କ୍ୟାରେଟ୍‌ଲେନର ନୂଆ ଷ୍ଟୋର

ଭୁବନେଶ୍ୱର,୧୨-୧୦(ବ୍ୟୁରୋ) : ଗହଣା କ୍ରୟ ଟ୍ରେଣ୍ଡରେ ଏବେ ସାରା ଦେଶରେ ପରିବର୍ତ୍ତନ ଦେଖାଯାଇଛି। ଲୋକମାନେ ଅନ୍‌ଲାଇନରେ ଗହଣା ଦେଖିବା ଏବଂ ଏହାକୁ ପସନ୍ଦ କରିବା ପରେ କ୍ରୟ ନେଇ ନିଷ୍ପତ୍ତି ନେଉଥିବା କ୍ୟାରେଟ୍‌ଲେନର ସିଇଓ ତଥା ପ୍ରତିଷ୍ଠାତା ମିଥୁନ ସାଚେତି ସୂଚନା ଦେଇଛନ୍ତି। ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ନୂଆ କ୍ୟାରେଟ୍‌ଲେନ ଷ୍ଟୋର ଉନ୍ମୋଚନ ଅବସରରେ ସେ କହିଛନ୍ତି, ଏବେ ଅନ୍‌ଲାଇନରେ ଜୁଏଲେରି କ୍ରୟ ନେଇ ଚାହିଦା ବଢିଛି। ଯୁବବର୍ଗ ଏକ୍ଷେତ୍ରରେ ଆଗୁଆ ରହିଛନ୍ତି। ଅନ୍‌ଲାଇନରେ ଗ୍ରାହକ ହୀରା ଗହଣାକୁ ଅଧିକ ପସନ୍ଦ କରୁଛନ୍ତି। ସାରା ଦେଶରେ କ୍ୟାରେଟଲେନ୍‌ ଆପ୍‌ରେ ଗହଣା କ୍ରୟ ଲାଗି ଲୋକମାନେ ମାସିକ ୪୦ ଲକ୍ଷ ଅନ୍‌ଲାଇନ ସର୍ଚ୍ଚ କରୁଛନ୍ତି। ଓଡିଶାରେ ଏହି ଧାରା ମଧ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ କମ୍ପାନୀର ଆପ୍‌ରେ ମାସିକ ୧୦ ହଜାର ଅନ୍‌ଲାଇନ ସର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୫ ହଜାର ଛୁଇଁଥିବା ସେ କହିଛନ୍ତି। ୫ ବର୍ଷ ପୂର୍ବେ ଅନ୍‌ଲାଇନ ଜୁଏଲେରି ବଜାର ୫୦ କୋଟି ଥିଲା। ଏହା ଏବେ ୨୦୦୦ କୋଟି ଟଙ୍କା ଛୁଇଁଛି। ଅନ୍‌ଲାଇନ ଗହଣା ବଜାରର ଅଭିବୃଦ୍ଧି ୬୦ରୁ ୭୦% ରହିଛି। ଏକ୍ଷେତ୍ରରେ କ୍ୟାରେଟ୍‌ଲେନର ଅଭିବୃଦ୍ଧି ପ୍ରାୟ ୫୦%। ଆଗାମୀ ୫ ବର୍ଷରେ ଅନ୍‌ଲାଇନ ଜୁଏଲେରୀ ବଜାରର ଅଭିବୃଦ୍ଧି ୫୦% ରହିବ ବୋଲି ସେ କହିଛନ୍ତି। ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଷ୍ଟୋର, ଅନ୍‌ଲାଇନ ଏବଂ ଫୋନ ଯୋଗେ ଘରେ ଗହଣା ଉପଲବ୍ଧ କରାଇବାକୁ କ୍ୟାରେଟ୍‌ଲେନ ବ୍ୟବସ୍ଥା କରିଛି। ଓଡିଶାର ଭୁବନେଶ୍ୱର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ ପରେ ଚନ୍ଦ୍ରଶେଖରପୁରରେ ଦ୍ୱିତୀୟ ଷ୍ଟୋର ସ୍ଥାପନ କରାଯାଇଛି। ଓଡିଶାରେ ଆଉ ୨ ନୂଆ ଷ୍ଟୋର ଯୋଡିବା ନେଇ ଯୋଜନା ରଖାଯାଇଛି। ଷ୍ଟୋରରେ ୧୧ ଶହ ସ୍ବତନ୍ତ୍ର ଡିଜାଇନ ଗହଣା ରହିଥିବା ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ପ୍ରାଞ୍ଚାଇଜି ଓନର ମାନିକ ହଂସ, ପପୁ ହଂସ, ଲିପ୍‌ସା ନାୟକ ହଂସ ଏବଂ ପୁନମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share