Categories: ଜାତୀୟ

ଚନ୍ଦ୍ରଶେଖର ଆଜାଦ ଗଢିଲେ ନୂଆ ଦଳ

ଲକ୍ଷ୍ନୌ,୧୫।୩: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରବିବାର କାଶୀରାମଙ୍କ ଜୟନ୍ତୀ ଅବସରରେ ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ନୂଆ ଦଳର ନାମ ରହିଛି ଆଜାଦ ସମାଜ ପାର୍ଟି(ଏଏସ୍‌ପି)। ଆସନ୍ତା ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକି ଲଢିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ବହୁମତରେ ବିଜୟ ଲାଭ କରି ସରକାର ଗଠନ କରିବ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ଦଳର ପତାକା ମଧ୍ୟ ଜାରି କରାଯାଇଛି। ଆଲୋଚନା ହେଲାଣି କି ଚନ୍ଦ୍ରଶେଖରଙ୍କର ଏହି ଦଳ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ସହ ଟକ୍କର ଦେଇପାରେ।

Share