Categories: ଜାତୀୟ

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ କରାଯିବ। ଏହାକୁ ଶ୍ରୀହରିକୋଟା ଠାରେ ଥିବା ରକେଟ୍‌ ସ୍ପେଶ୍‌ ଥିମ୍‌ ପାର୍କରେ ଦେଖିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଗୁରୁବାର(ଜୁଲାଇ-୪)ମଧ୍ୟରାତ୍ରଠାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ, ଚନ୍ଦ୍ରାୟନ-୨ ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ବୋଲି କୁହାଯାଉଛି।

Share